ମୁମ୍ଵାଇ ୧୯।୧୧; ବଲିଉଡର ଡିଭା ତଥା ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ୍। ଆଜି ଅଭିନେତ୍ରୀ ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି। ସାରା ବିଶ୍ୱରେ ଫ୍ୟାଶନ ଆଇକନ୍ ଭାବରେ ପରିଗଣିତ ସୁସ୍ମିତା। ଅଭିନେତ୍ରୀଙ୍କ ପିତା ବାୟୁସେନାରେ ଜଣେ ୱିଙ୍ଗ୍ କମାଣ୍ଡର ଏବଂ ମାତା ସୁଭ୍ରା ଜଣେ ଅଳଙ୍କାର ଡିଜାଇନର୍ ଥିଲେ। ତେଣୁ ତାଙ୍କର ସ୍ୱପ୍ନକୁ ବଡ କରିବାକୁ ଚାହୁଁଥିଲେ ।
୧୯୯୪ ମସିହା ସୁସ୍ମିତାଙ୍କ ପାଇଁ ଅତ୍ୟନ୍ତ ଚମତ୍କାର ପ୍ରମାଣିତ ହୋଇଥିଲା। ସେହି ବର୍ଷ ସେ ଦୁଇଟି ବଡ ଟାଇଟଲ୍ ଜିତିଥିଲେ । ଯେଉଁଥିରେ ମିସ୍ ଇଣ୍ଡିଆ ଏବଂ ମିସ୍ ୟୁନିଭର୍ସ ମୁକୁଟ ମିଳିଥିଲା। ଯେତେବେଳେ ସୁସ୍ମିତା ଏହି ଦୁଇଟି ଟାଇଟଲ୍ ଜିତିଲେ, ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । ସୁସ୍ମିତାଙ୍କୁ ମଧ୍ୟ ଭାରତର ପ୍ରଥମ ମହିଳା ମିସ୍ ୟୁନିଭର୍ସ ଆଖ୍ୟା ଦିଆଯାଇଛି।
ଐଶ୍ୱର୍ଯ୍ୟା ରାୟଙ୍କୁ ପରାସ୍ତ କରି ମିସ୍ ଇଣ୍ଡିଆ ହୋଇଥିଲେ
୧୯୯୪ରେ, ଯେତେବେଳେ ମିସ୍ ଇଣ୍ଡିଆ ପ୍ରତିଯୋଗିତା ଚାଲିଥିଲା, ସେତେବେଳେ ଉଭୟ ସୁସ୍ମିତା ସେନ୍ ଏବଂ ଐଶ୍ୱର୍ଯ୍ୟା ରାୟ ଫାଇନାଲିଷ୍ଟ ଥିଲେ। ଶେଷ ରାଉଣ୍ଡରେ ଉଭୟ ଐଶ୍ୱର୍ଯ୍ୟା ଏବଂ ସୁସ୍ମିତା ୯.୩୩ ମାର୍କ ହାସଲ କରିଥିଲେ। ଏହା ପରେ ବିଚାରପତିମାନେ ନିଷ୍ପତ୍ତି ନେଇଥିଲେ ଯେ ପ୍ରତ୍ୟେକଙ୍କୁ ଗୋଟିଏ ପ୍ରଶ୍ନ ପଚରାଯିବ ଏବଂ ଯିଏ ସବୁଠାରୁ ସଠିକ୍ ଉତ୍ତର ଦେବ, ସେହି ପ୍ରତିଯୋଗିଙ୍କୁ ବିଜେତା ଘୋଷିତ କରାଯିବ। ସୁସ୍ମିତା ଏହି ପ୍ରଶ୍ନଗୁଡିକର ସଠିକ୍ ଉତ୍ତର ଦେଇ ମିସ୍ ଇଣ୍ଡିଆର ମୁକୁଟ ଜିତିଥିଲେ ।
୨୦୧୪ରେ, ସୁସ୍ମିତା ସେନ୍ ଅଟୋମ୍ୟୁମ୍ୟୁନ୍ ଏଡିସନ୍ ରୋଗରେ ଆକ୍ରାନ୍ତ ହୋଇଥିଲେ। ଥକ୍କା, ନିରାଶା ଏବଂ ଆକ୍ରୋଶ ତାଙ୍କର ମୁଖ୍ୟ ଭାବନା ହୋଇଗଲା ଏବଂ ଷ୍ଟେରଏଡର ପାର୍ଶ୍ୱ ପ୍ରତିକ୍ରିୟା ସାହାଯ୍ୟ କଲା ନାହିଁ । ଜଣେ ଯୋଦ୍ଧା ହୋଇ ପୂର୍ବ ମିସ୍ ୟୁନିଭର୍ସ ନିଜକୁ ସୁସ୍ଥ କରିବା ପାଇଁ ଅନେକ ଚିକିତ୍ସାର ସାହାଯ୍ୟ ନେଇଥିଲେ। ୨୦୧୯ ରେ ସୁସ୍ମିତା ସେନ୍ ଏହି ରୋଗରୁ ମୁକ୍ତି ପାଇଥିଲେ।
ଆଫେୟାର୍ସ ବିଷୟରେ କହିବାକୁ ଗଲେ ୨୦୦୪ ରୁ ୨୦୦୬ ପର୍ଯ୍ୟନ୍ତ ଅଭିନେତା ରଣଦୀପଙ୍କ ସହ ସମ୍ପର୍କ ଥିଲେ। ପରେ ରୋହମାନ ଶଲ ସହ ୨୦୧୮ରୁ ୨୦୨୧ ଯାଏଁ ଡେଟ୍ କଲେ । ଡିସେମ୍ବର ୨୦୨୧ ରେ ସେମାନେ ଇନଷ୍ଟାଗ୍ରାମରେ ସେମାନଙ୍କର ବ୍ରେକଅପ୍ ଘୋଷଣା କରିଥିଲେ। ଏହା ପରେ ସୁସ୍ମିତା ବ୍ୟବସାୟୀ ତଥା ଆଇପିଏଲ୍ ପ୍ରତିଷ୍ଠାତା ଲଲିତ ମୋଦୀଙ୍କୁ ଡେଟ୍ କରୁଥିବା ନେଇ ଶୁଣିବାକୁ ମିଳିଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ହେଲେ ସେ କେବେ ଏବିଷୟରେ ପ୍ରକାଶ କରିନାହାନ୍ତି। କିନ୍ତୁ ଏବେ ଅଭିନେତ୍ରୀ ରୋହମାନଙ୍କ ସହ ଇଭେଣ୍ଟରେ ଦେଖିବାକୁ ମିଳେ।